ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ମହାରାଷ୍ଟ୍ରରୁ ୧୦, ରାଜସ୍ଥାନରୁ ୯, ଗୁଜରାଟରୁ ୩, କର୍ଣ୍ଣାଟକରୁ ୨ ଓ ଦିଲ୍ଲୀରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କଠାରେ ହାଲୁକା ଲକ୍ଷଣ ଦେଖାଯାଇଛି। ସମଗ୍ର ବିଶ୍ୱର ୫୯ ଦେଶରେ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଥିବା ଲବ ଅଗ୍ରୱାଲ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି ଯେ, ଦେଶର ୧୯ଟି ଜିଲ୍ଲାରେ କରୋନାର ସାପ୍ତାହିକ ସଂକ୍ରମଣ ଦର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି। ୩ ରାଜ୍ୟର ୮ଟି ଜିଲ୍ଲାରେ ଏହି ଦର ୧୦ ପ୍ରତିଶତରୁ ଅଧିକ ରହିଛି।