ନୂଆବର୍ଷରେ ବନ୍ଦ ରହିବ ଶ୍ରୀମନ୍ଦିର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ଶ୍ରୀମନ୍ଦିର ବନ୍ଦ ରହିବ। ନୂଆ ବର୍ଷରେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ୨ ତାରିଖ ରବିବାର ଥିବାରୁ ସେଦିନ ମଧ୍ୟ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।