୨୪ଶହ ଗଛ ଲଗାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକସ୍ଥିତ ଠାକୁରପଡ଼ା ଗ୍ରାମରେ ବନମହୋତ୍ସବ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ୨୪ଶହ ବୃକ୍ଷରୋପଣ କରଶଛନ୍ତି। ଶ୍ରୀ ବିଶ୍ୱାଳଙ୍କୁ ଏହି କାର୍ଯ୍ୟରେ ବନାଞ୍ଚଳ ଅଧିକାରୀ ଲଳିତ ପାତ୍ର, ଏସିଆର ବାସିଲ ବାର୍ଲା, ବାଗଡ଼ିହି ରେଞ୍ଜର ବ୍ରଜମୋହନ ପଟ୍ଟନାୟକଙ୍କ ସମେତ ଗ୍ରାମର ଶୋଭନ ମେମୋରିଆଲ କ୍ଲବ ସଭାପତି ଘନଶ୍ୟାମ ଚୌଧୁରୀ, ସାମ୍ବାଦିକ ଡିଲେଶ୍ୱର ବାଗ, ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଏହି ଅବସରରେ ଶ୍ରୀ ବିଶ୍ୱାଳ ଲଗାଇଥିôବା ଗଛର ଯତ୍ନ ନେବାସହ ଆଗାମୀ ଦିନରେ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ।