ଟଙ୍କା ଗାଡ଼ି ହାଇଜାକ କରି ୨୪ ଲକ୍ଷ ଲୁଟ୍

  • ବ୍ରହ୍ମପୁର, ଏନଏନଏସ: ଗଞ୍ଜାମର ଗୋଳନ୍ଥରା ନିକଟରେ ବଡ଼ଧରଣର ଲୁଟ୍ ହୋଇଛି। ଡ୍ରାଇଭରକୁ ନିଶା ଦେଇ ଟଙ୍କା ଗାଡ଼ି ଅପହରଣ କରାଯାଇଛି। ଏଟିଏମରେ ଟଙ୍କା ଭରିବାକୁ ନିୟୋଜିତ ଗାଡ଼ି ଅପହରଣ ହୋଇଛି। ଗାଡ଼ିକୁ ଠାବ କରିଛି ପୁଲିସ। ୨୪ ଲକ୍ଷ ଟଙ୍କା ଗାଏବ ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଏଟିଏମରେ ଟଙ୍କା ଭରିବାକୁ ଏଜିଏସ ସଂସ୍ଥା ଗାଡ଼ି ବାହାରିଥିଲା। ଗାଡ଼ିରେ ୨୬ ଲକ୍ଷ ଟଙ୍କା ଥିଲା। ଡ୍ରାଇଭର ସହ ୪ କର୍ମଚାରୀ ଥିଲେ। ଗୋଟିଏ ଏଟିଏରେ ୨ ଲକ୍ଷ ଲୋଡ୍ କରି ଅନ୍ୟ ଏଟିଏମକୁ ଯାଉଥିଲେ। ୩ ଜଣ ଏଟିଏମ ଭିତରକୁ ଯାଇଥିବାବେଳେ ଗାଡ଼ିରେ ଡ୍ରାଇଭର ଥିଲେ। କିଛି ସମୟ ପରେ ଡ୍ରାଇଭର ଓ ଗାଡ଼ି ନଥିବା ଦେଖିଥିଲେ ୩ କର୍ମଚାରୀ। ଥାନାରେ ଖବର ପରେ ପୁଲିସ ଗୋଳନ୍ଥରାରୁ ଗାଡ଼ି ଠାବ କରିଥିଲା।