୨୪ କିଲୋ ଗଞ୍ଜେଇ ଜବତ କଲା ଗୋଛାପଡ଼ା ପୁଲିସ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଗୋଛାପଡ଼ା ଥାନା ପୁଲିସ ୨୪ କିଲୋ ଗଞ୍ଜେଇ ଜବତ କରିଛି । ହେଲେ ଘଟଣାସ୍ଥଳରୁ ଗଞ୍ଜେଇ ଛାଡ଼ି ଅଭିଯୁକ୍ତ ଫେରର ହୋଇଥିବା ସୂଚନା ମିଳିଛି । ଗୋଛାପଡ଼ା ପୁଲିସର ସୂଚନାନୁସାରେ, ଗୋଛାପଡ଼ା ଥାନା ପଲା ବୃଡ଼ି ପଞ୍ଚାୟତର ନେଡ଼ିପଦର ନିକଟରେ ଥିବା ଜଙ୍ଗଲରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଲାଇଥିବା ପୁଲିସକୁ ଖବର ମିଳିଥିଲା। ଖବର ପାଇ ଗୋଛାପଡ଼ା ଥାନାଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ସେହି ଜଙ୍ଗଲରେ ଚଢ଼ଉ କରିଥିଲେ । ପୁଲିସର ଅତର୍କିତ ଚଢ଼ଉକୁ ଦେଖି ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଗଞ୍ଜେଇ ଛାଡ଼ି ଫେରାର ମାରିଥିବାବେଳେ ପୁଲିସ କେବଳ ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଚିହ୍ନଟ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ନେଡ଼ିପଦର ଗାଁର ସାଦନ ଦିଗାଲ ହୋଇ ଥିବାବେଳେ ଫେରାର ଅଭିଯୁକ୍ତକୁ ଖୁବଶୀଘ୍ର ଧାରାଯିବ ବୋଲି ପୁଲିସ ସୂଚନା ଦେଇଛି । ଅନ୍ୟପଟେ ଏହି ଘଟଣାରେ ଗୋଛାପଡ଼ା ଥାନାରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ଗୋଛାପଡ଼ା ଥାନାଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି ।