ନୂଆଦିଲ୍ଲୀ,ଏଜେନ୍ସି: ଏୟାର ଇଣ୍ଡିଆ ବିମାନ ଯୋଗେ ଆଜି ୨୩୫ ଭାରତୀୟ ସିଙ୍ଗାପୁରରୁ ଦିଲ୍ଲୀ ଆସି ପହଞ୍ଚିଛନ୍ତି। ବନ୍ଦେ ଭାରତ ମିଶନ ଅର୍ନ୍ତଭୁକ୍ତରେ ଆସିଥିବା ଏହି ପ୍ରବାସୀଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯିବ। ତେବେ ଆଜି ଦିଲ୍ଲୀରେ ପ୍ରଥମ ଫେଜରେ ଏହି ବିମାନ ଅବତରଣ କରିଛି। ଏ ନେଇ ଦିଲ୍ଲୀ ଏୟାରପୋର୍ଟ ଟ୍ୱିଟରରେ ସୂଚନା ଦିଆଯାଇଛି। ଏଥିରେ ଆସିଥିବା ପ୍ରବାସୀ ମାନେ ଅତ୍ୟନ୍ତ ଖୁସିଥିବା ଜଣାଇଛନ୍ତି। ଏହି ବିମାନରେ ଆସିଥିବା ପ୍ରବାସୀଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ବିହାର ଓ ଦିଲ୍ଲୀର ଲୋକେ ଥିବା ଜଣାପଡ଼ିଛି।
