ଗୁମାଗଡ଼,ଏନ୍ଏନ୍ଏସ୍: ସଦର ଥାନା ପୁଲିସ ୨୩୨ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ଏକ ବିଶ୍ୱସ୍ତ ସୂତ୍ରରୁ ସଦର ଥାନା ପୁଲିସ ଖବର ପାଇ ବାତାପଡ଼ା- ବିଶିପଡ଼ା ରୋଡ଼ ଜଙ୍ଗଲରେ ଚଢ଼ଉ କରି ୨୩୨ କେଜି ଗଞ୍ଜେଇ ଜବତ କରିଛି । କିନ୍ତୁ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ୫ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ଯାଇଛନ୍ତି । ଏନେଇ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରିଛି ।