ଓଡ଼ିଶାରେ ୨୨୦୦ କୋଟି ଟଙ୍କା ନିବେଶ କରିବ ସ୍ମାର୍ଟକେମ୍ ଟେକନୋଲୋଜିସ୍

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ମାର୍ଟକେମ୍ ଟେକନୋଲୋଜିସ୍ ଲିମିଟେଡ୍ (ଏସଟିଏଲ୍‌)ଦୀପକ ଫର୍ଟିଲାଇଜର ଓ ପେଟ୍ରୋକେମିକାଲ୍‌ସ କର୍ପୋରେସନ ଲିମିଟେଡ୍ (ଡିଏଫପିସିଏଲ୍‌)ର ସହଯୋଗୀ ସଂସ୍ଥା ଓ ଭାରତର ଏକ ବିଶ୍ୱସନୀୟ କେମିକାଲ୍ ଓ ସାର ନିର୍ମାତା ଏହାର ଟେକନିକାଲ୍ ଆମୋନିୟମ ନାଇଟ୍ରେଟ୍ (ଟିଏଏନ୍‌) କମ୍ପଲେକ୍ସ ପାଇଁ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କଠାରେ ୯ ଡିସେମ୍ବର ୨୦୨୧ରେ ଶିଳାନ୍ୟାସ କରିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଓ ଏହି ଅବସରରେ ସ୍ମାର୍ଟକେମ୍ ଟେକନୋଲୋଜିସ୍‌ର ଚେୟାରମ୍ୟାନ ଓ ପରିଚାଳନା ନିର୍ଦ୍ଦେଶକ ଶୈଳେଶ୍ ମେହଟ୍ଟା ଓ ରାଜ୍ୟ ଶକ୍ତି, ଉଦ୍ୟୋଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଉପସ୍ଥିତ ରହିଥିଲେ।

ଟାଟା ଷ୍ଟିଲ ଇଣ୍ଡଷ୍ଟ୍ରିଆଲ୍ ପାର୍କ ଗୋପାଳପୁରର ପ୍ରକଳ୍ପକୁ ୨୨୦୦ କୋଟିର ନିବେଶରେ ନିର୍ମାଣ କରାଯାଉଛି ଓ ୩୭୭ କେଟିପିଏର କ୍ଷମତା ରହିବ। ପ୍ରକଳ୍ପ ଅଗଷ୍ଟ ୨୦୨୪ ସୁଦ୍ଧା ସମାପ୍ତ ହେବାର ଲକ୍ଷ୍ୟ ରଖାଯାଇଛି। ଏହାର ୫୦% କାର୍ଯ୍ୟ ସମାପ୍ତ ହୋଇସାରିଛି। ପ୍ରକଳ୍ପ ପର୍ଯ୍ୟାୟରେ ଏହା ୧୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟିକରିବ ଓ ପରିଚାଳନା ପ୍ରକ୍ରିୟାରେ ୩୨୫ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହା ମଧ୍ୟ ଆନୁଷଙ୍ଗିକ ୟୁନିଟ୍ ଯଥା ଏକ୍ସପ୍ଲୋସିଭ୍ ନିର୍ମାଣ, ଏଲଡିପିଇ/ଏଚଡିପିଇବ୍ୟାଗ ଓ ଲାଇନର ନିର୍ମାଣକ୍ଷେତ୍ରରେ ନିବେଶର ସୁଯୋଗ ସୃଷ୍ଟିକରିବ। ସ୍ମାର୍ଟକେମ୍ ଟେକନୋଲୋଜିସ୍‌ର ଚେୟାରମ୍ୟାନ ଓ ପରିଚାଳନା ନିର୍ଦ୍ଦେଶକ ଶୈଳେଶ ମେଟ୍ଟୋ ଏହି ଅବସରରେ କହିଛନ୍ତି ଯେ, “ଏସଟିଏଲ୍ ଖଣି ଓ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାକୁ ସହଯୋଗ କରିବା ପାଇଁ ଓଡ଼ିଶା ସହିତ ସହଭାଗିତା ସ୍ଥାପନ କରିଛି।