ଦେଶରେ ୨୧,୮୨୧ ନୂଆ କରୋନା କେସ୍, ୨୯୯ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବର୍ତ୍ତମାନ ନୂଆ ଷ୍ଟ୍ରେନ କରୋନା ଭୂତାଣୁକୁ ନେଇ ଚିନ୍ତା ବଢ଼ିଯାଇଥିବାବେଳେ ଦୈନିକ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ସୁଦ୍ଧା ଦେଶରୁ ୯୬ ପ୍ରତିଶତରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୨୧,୮୨୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏଥିସହିତ ୨୯୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏହି ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୬୬ ହଜାର ୬୭୪ରେ ପହଞ୍ଚିଛି। ସେଥିରୁ ୯୮ ଲକ୍ଷ ୬୦ ହଜାର ୨୮୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨ ଲକ୍ଷ ୫୭ ହଜାର ୬୫୬ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ୧ ଲକ୍ଷ ୪୮ ହଜାର ୭୩୮ ଜଣଙ୍କ ମୃତ୍ୟୁ ହୋଇଛି।