ବାଲି ଚୋରାଚାଲାଣ, ୨୦ ହଜାର ଫାଇନ ଆଦାୟ

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ତହସିଲ ସୋନ ଗଡ଼ନଦୀରୁ ବେଆଇନ ଭାବରେ ବାଲି ନେଇ ଯାଉଥିବା ଏକ ନମ୍ବର ବିହୀନ ଗାଡିକୁ ଦେଓଗାଁ ତହସିଲଦାର ଚଢ଼ଉକରି ୨୦ ହଜାର ଫାଇନ ଆଦାୟ କରିଛନ୍ତି। ସୂଚନା ଅନୁସାରେ, ଦେଓଗାଁ ସୋନଗଡ଼ ନଦୀ ସତୀ ଘାଟପଟରୁ ଗୁଡ଼ଭେଳା ବ୍ଲକ ତେବଡା ମୁଣ୍ଡା ଗାଁ ଏକ ଟ୍ରାକ୍ଟର ବାଲି ନେଇ ଦେଓଗାଁ ବ୍ଲକର ନାଇକେନ୍ ଶିରା ଗାଁକୁ ଯାଉଥିଲା। ରେଳଓଭର ବ୍ରିଜ ନିକଟରେ ଆରଆଇ ବାଲି ଗାଡିକୁ ଧରି ତହସିଲଦାରଙ୍କୁ ଖବର ଦେଇଥିଲେ। ପରେ ତହସିଲଦାର ନାରାୟଣ ସାହୁ ଆସି ଉକ୍ତ ଗାଡି ଉପରେ ୨୦ ହଜାର ଫାଇନ ପକାଇଥିଲେ।