ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଡେଲି ମାର୍କେଟ ବିକ୍ରମ ଛକରେଉଠା ପରିବା ଦୋକାନୀ ଓ ପୌର କର୍ମଚାରୀ ମୁହାମୁହିଁ ହୋଇଛନ୍ତି । ଭିଡ଼ ନ କରିବା ଲାଗି ପୌର ପରିଷଦର କର୍ମଚାରୀ ଉଠା ପରିବା ଦୋକାନୀଙ୍କୁ ସଚେତନ କରିବା ସହ ସେଠାରୁ ଅନ୍ୟତ୍ର ଯିବାକୁ କହିଥିଲେ। ହେଲେ ଏହାକୁ ନେଇ ପୌରପାଳିକା କର୍ମଚାରୀ ଓ ପରିବା ବିକାଳିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେପୌରପାଳିକା କର୍ମଚାରୀଙ୍କ ମାଡ଼ରେ ଜଣେ ପରିବା ବିକାଳି ଗୁରୁତର ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ପରିବା ଦୋକାନୀ ରାକେଶ ମେହେରଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଡ଼ ପ୍ରତିବାଦରେ ପୌର କର୍ମଚାରୀଙ୍କୁ ଗିରଫ ଦାବି କରି ପରିବା ବିକାଳିମାନେ ବଲାଙ୍ଗିର ଟାଉନ ଥାନା ଘେରାଉ କରିଛନ୍ତି। ପୁଲିସ ପରିବା ବିକାଳିଙ୍କୁ ବୁଝାସୁଝା କରୁଥିବାବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଛନ୍ତି। ଏଥିସହିତ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।