ଲୁଣା ନଦୀରୁ ଦୁଇ ଅଜଣା ଯୁବକ ଓ ଯୁବତୀଙ୍କ ମୃତ ଦେହ ଉଦ୍ଧାର

କେନ୍ଦ୍ରାପଡା,ଏନ୍ଏନ୍ଏସ୍: ମାର୍ଶାଘାଇ ଥାନା ପଳାସପୁର ଗାଁ ନିକଟ ଲୁଣା ନଦୀରୁ ଆଜି ଦୁଇ ଅଜଣା ଯୁବକ ଯୁବତୀଙ୍କର ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଏହି ମୃତ ଦେହ ଆଜି ଲୁଣା ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ମହାକାଳପଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏହି ଯୁଗଳ ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କର ପରିଚୟ ମିଳିନଥିବା ବେଳେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ ହେଉଛି। ସେହିପରି ପୁଲିସ ଖବର ପାଇଥିଲେ ମଧ୍ୟ ଏହା ଦୁଇ ଥାନାର ସୀମାବର୍ତ୍ତୀ ହୋଇଥିବାରୁ କୌଣସି ଥାନା ପୁଲିସ ଆସୁନାହାନ୍ତି। ଫଳରେ ଚିନ୍ତାରେ ଅଗ୍ନିଶମ କର୍ମଚାରୀ।