ଭାଲୁ ଆକ୍ରମଣରେ ୨ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପିଛୁଳାବେଡ଼ା ନିକଟରେ ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଦ୍ୱୟ ହେଲେ ପିଛୁଲାବେଡ଼ାର ଗୁରୁଚରଣ ମହାନ୍ତ ଏବଂ ସୌଭାଗ୍ୟ ମହାକୁଡ଼। ମିଳିଥିବା ରିପୋର୍ଟ ମୁତାବିକ, ଗୁରୁଚରଣ ସାଇକେଲରେ ଡୁମୁରିଆ ପଟୁ ଘରକୁ ଫେରୁଥିବା ବେଳେ ରାସ୍ତା କଡ଼ ଜଙ୍ଗଲରୁ ୩ଟି ଭାଲୁ ଆସି ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁଚରଣଙ୍କ ଡାହାଣ କାନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ତାଙ୍କୁ ପ୍ରଥମେ ପାଟଣା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୌଭାଗ୍ୟ ନିକଟସ୍ଥ ବନ୍ଧକୁ ଗାଧେଇବାକୁ ଯାଉଥିବା ସମୟରେ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁ ଡାହାଣ ଜଙ୍ଘରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ଡୁମୁରିଆ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପାଟଣା ମେଡିକାଲରେ ଭର୍ର୍ତ୍ତି କରାଯାଇଛି। ସୌଭାଗ୍ୟ ରୋହଣୀଦୁମା ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବରେ କାର୍ୟ୍ୟ କରୁଛନ୍ତି।