ମହୁମାଛି ଆକ୍ରମଣରେ ୨ ଗୁରୁତର ଜିଲ୍ଲା By Nitidin Last updated Oct 29, 2020 Share ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପିପିଳିଆ ଓ ରସପଡା ଗ୍ରାମରେ ମହୁମାଛି ଆକ୍ରମଣରେ ଦୁଇଜଣ ଗୁରୁତର ହୋଇ ପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦୁଇ ଗୁରୁତର ହେଉଛନ୍ତି ପିପିଳିଆ ଗ୍ରାମର ଈଶ୍ୱର ଚନ୍ଦ୍ର ମହାନ୍ତ (୭୦) ଓ ରସପଡା ଗ୍ରାମର ଶାନ୍ତନୁ ମହାକୁଡ଼(୬୦)। ଶାନ୍ତନୁ ବଳଦ ଚରାଉ ଥିବା ସମୟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ସେହିପରି ପିପିଳିଆ ଗ୍ରାମର ଈଶ୍ୱର ଚନ୍ଦ୍ର ମହାନ୍ତ ଘର ପଛପଟରେ ଥିବା କାଜୁ ଜଙ୍ଗଲରେ ବୁଲୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲେ। ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ପାଟଣା ମେଡିକାଲ ରେ ଭର୍ତ୍ତି କରିଛନ୍ତି। ଉଭୟ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। Share