ମହାବାତ୍ୟାକୁ ପୂରିଲା ୨୧ ବର୍ଷ

ଭୁବନେଶ୍ୱର, ଏନ୍ଏନ୍ଏସ୍: ୧୯୯୯ ମହାବାତ୍ୟାକୁ ପୂରିଛି ୨୧ ବର୍ଷ। ବାତ୍ୟାସିନା ଚାଲିଯାଇଛି ହେଲେ ରହିଛି ଯାଇଛି କିଛି ଅଭୁଲା କଥା। ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନରେ ଓଡିଶାର ଅନେକ କିଛି କ୍ଷତି ହୋଇଥିଲା। ଭାଙ୍ଗିଯାଇଥିଲା ଶହଶହ ଘର ଓ ଉଜୁଡି ଯାଇଥିଲା। ଅନେକ ପରିବାର। ଠିକ ଆଜିର ଦିନରେ କାଳରୂପି ମହାବାତ୍ୟା ଓଡିଶାକୁ ଗ୍ରାସ କରିଥିଲା। ସେଦିନର ସେହି ପ୍ରକୃତିର କରାଳ ରୂପକୁ ଯିଏ ଦେଖିଛି ସେ ଜାଣିଛି ପ୍ରକୃତିର ନିଷ୍ଠୁରତାକୁ।ସେତେବେଳେ ଓଡିଶାର ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ପଶୁଙ୍କର ପ୍ରାଣ ଯାଇଥିଲା। ଓଡିଶାର ବିଶେଷ ଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ବାଲେଶ୍ୱର, ଯାଜପୁର, ପୁରୀ ଭଳି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥିଲା। ଜଗତସିଂହପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। କୁଢକୁଢ ହୋଇ ଭାଙ୍ଗିପଡିଥିଲା ଅନେକ ମାଟି ଘର।
କେନ୍ଦ୍ରାପଡ଼ା ଜିଲ୍ଲାର ଏକାଧିକ ଗାଁରେ ଘଟିଯାଇଥିଲା ଭୟଙ୍କର ତାଣ୍ଡବ। ଆଜି ବି ସେ କଥା ମନେ ପକାଇ ଭୟଭୀତ ହେଉଯାଉଛନ୍ତି କେନ୍ଦ୍ରାପଡ଼ାବାସୀ। ଜିଲ୍ଲାର ସମସ୍ତ ବ୍ଲକ କ୍ଷତିଗସ୍ତ ହୋଇଥିବା ବେଳେ ସମୁଦ୍ର କୂଳରେ ଥିବା ରାଜନଗର ଓ ମହାକାଳପଡ଼ା ଅଧିକ କ୍ଷତି ସହିଥିଲା। ମହାବାତ୍ୟାରେ ପୁରୀ ଜିଲ୍ଲାରେ ସମୁଦାୟ ୩ଶହ ଲୋକଙ୍କ ପ୍ରାଣହାନୀ ହୋଇଥିଲା।