ବାଲେଶ୍ୱର,ଏନ୍ଏନ୍ଏସ୍: ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ଗାଡି଼କୁ ଚଢାଉ କରି ଧରିଲା ପୁଲିସ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ବରଫକଳ ନିକଟରେ।
୪୦ରୁ ଅଧିକ ଗୋରୁ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଚାଲାଣ ହେଉଥିଲା। ଫଳରେ ଖବରପାଇ ପୁଲିସ ଅଚାନକ ଚଢଉ କରି ଗୋରୁ ବୋଝେଇ କଣ୍ଟେନର ସହ ୨ଟି ସ୍କର୍ଫିଓ ଜବତ କରିଛି।
ଏହା ସହ ୪୦ ଟି ଗୋରୁ ମଧ୍ୟ ଉଦ୍ଧାର ହୋଇଛି। ଏହି ଘଟଣାରେ ଗତକାଲି ରାତିରେ ପୁଲିସ ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ଅନ୍ୟ ୨ କଣ୍ଟେନର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।