ହାତୀ ମୃତ୍ୟୁକୁ ରୋକିବା ପାଇଁ ଉଚ୍ଚ ହେବ ରେଳଟ୍ରାକ୍‌, ତିଆରି ହେବ ଅଣ୍ଡରପାସ୍, ଆସିବ ୮ ମଡେଲ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ରେଳଧାରଣାରେ ହାତୀମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ପ୍ରସଙ୍ଗକୁ ରେଳ ବିଭାଗ ଅତି ଗୁରୁୁତର ସହ ନେଇଛି। ଯାହାଫଳରେ ହାତୀ ମୃତ୍ୟୁ ରୋକିବା ପାଇଁ ଆସିବ ୮ ମଡେଲ। ହାତୀ କିମ୍ବା ଯେକୌଣସି ବନ୍ୟଜନ୍ତୁ, ସମସ୍ତଙ୍କ ସୁରକ୍ଷା ପାଇଁ ଏବଂ ଟ୍ରାକ୍ ଉପରେ ସେମାନଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଟ୍ରାକ୍ ଉଚ୍ଚା କରାଯିବା ସହ ସେନ୍ସର କେବୁଲ ପାଇଁ ବିଚାର କରାଯାଉଛି।

ଏନେଇ ରାଜ୍ୟ ବନବିଭାଗ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ହାତୀ ମୃତ୍ୟୁକୁ ରୋକିବା ପାଇଁ ଅଣ୍ଡରପାସ୍ ତିଆରି କରାଯିବ ଫଳରେ ହାତୀମାନେ ଟ୍ରାକ୍‌ରେ ନଯାଇ ତଳେ ଯାଇପାରିବେ।