ଗୋରୁ ବୋଝେଇ ୨ଟି ପିକଅପ ଭ୍ୟାନ ଜବତ, ୧୬ ଗାଈ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗୋରୁ ଚଲାଣ ହେଉଥିବାବେଳେ ଲିମଡ଼ିହି ରାସ୍ତାରୁ ୨ଟି ପିକଅପ ଭ୍ୟାନକୁ ଜବତ କରିବା ସହ ୧୬ଟି ଗାଈକୁ ରେଙ୍ଗାଲି ପୁଲିସ ଉଦ୍ଧାର କରିଛି। କିିନ୍ତୁ ଗୋ ଚାଲାଣକାରୀମାନେ ଫେରାର ହୋଇଯାଇଥିବା ରେଙ୍ଗାଲି ଥାନାଧିକାରୀ ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ସକାଳେ ୧୯ଖଣ୍ଡ ଅଞ୍ଚଳରୁ ୨ଟି ପିକଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥିଲା। ଏନେଇ ଖବର ପାଇ ରେଙ୍ଗାଲି ପୁଲିସ ଲିମଡ଼ିହି ରାସ୍ତାରେ ଗୋ ଚାଲାଣକାରୀଙ୍କ ଉପରେ ଚଢ଼ଉ କରିଥିଲା। ତେବେ ପୁଲିସକୁ ଦେଖି ସେଠାରେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଛାଡ଼ି ଦେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ପୁଲିସ ପିକଅପ ଭ୍ୟାନ ଜବତ କରି ଗାଈଗୁଡ଼ିକୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗାଡ଼ି ନମ୍ବରରୁ ଏହାର ମାଲିକ ବିଷୟରେ ଜଣାପଡ଼ିବା ପରେ କେଉଁମାନେ ଏବଂ କେଉଁଠାକୁ ଗୋରୁ ଚାଲାଣ କରୁଥିଲେ ସେନେଇ ସବିଶେଷ ତଥ୍ୟ ମିଳିଯିବ। ପରେ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଙ୍ଗାଲି ପୁଲିସ ସୂଚନା ଦେଇଛି।