ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରୁ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ଲକର ଡୁମିରିଆ ପଞ୍ଚାୟତର ସଂଗରୋଧ କେନ୍ଦ୍ରରୁ ଜଣେ ଓ ବୁଢୀକାପୁଡ଼ି ପଞ୍ଚାୟତ ସଂଗରୋଧ କେନ୍ଦ୍ରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଡୁମୁରିଆ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୨୮ ବର୍ଷୀୟ ଆକ୍ରାନ୍ତ ଯୁବକ ଚେନ୍ନାଇରୁ ଆସି ୧୯ ତାରିଖରୁ ସଂଗରୋଧ କେନ୍ଦ୍ରରେ ଥିଲେ। ସେହିପରି ବୁଢୀକାପୁଡ଼ି ପଞ୍ଚାୟତର ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୮ ବର୍ଷୀୟ ଯୁବକ ବେଙ୍ଗାଲୁରୁରୁ ଫେରିଥିଲେ। ଅନ୍ୟପଟେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଡୁମୁରିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ନାଏକ ୧୦ଟି ଗାଁ’କୁ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି।