ବଲାଙ୍ଗିରରେ ୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା୧୫୦କୁ ବୃଦ୍ଧି

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ପୁଣି ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ରେ ପହଂଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପୁଇଁନ୍ତଲା ବ୍ଲକ ଝାରବଲାଙ୍ଗୀର ପଂଚାୟତର ଓ ସେ ମୁମ୍ବାଇ ଫେରନ୍ତା ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସେ ମୁମ୍ବାଇରୁ ଫେରି କ୍ୱାରେଣ୍ଟାଇନରେ ଥିଲେ। ସେହିପରି ଅନ୍ୟ ଜଣେ ଲୋଇସିଂହା ବ୍ଲକ କୁଟେନପାଲି ପଂଚାୟତର ତାମିଲନାଡ଼ୁ ଫେରନ୍ତା। ଆଉ ସେ ତାମିଲନାଡୁରୁ ଫେରି ମେ’ ୧୯ ରୁ ୨୬ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ଓ ୨୭ ତାରିଖରୁ ହୋମ କ୍ୱାରେଣ୍ଟାଇନରେ ଥିଲେ।

ସୂଚନାଯୋଗ୍ୟ, ବଲାଙ୍ଗିରରେ ଏଯାବତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି ପାଇଥିବାବେଳେ ୧୨୭ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୩ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।