ରାଜଧାନୀରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜଧାନୀରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ସଂଗରୋଧରୁ ଓ ୩ ଜଣ ସାଧାରଣରୁ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଭୁବନେଶ୍ୱରର ସଂଗରୋଧରୁ ଚିହ୍ନଟ ହୋଇଥିବା ୪ ଜଣ କରୋନା ଆକ୍ରାନ୍ତ ରେଳ କର୍ମଚାରୀ। ସେମାନେ ଦିଲ୍ଲୀରୁ ଫେରିବା ପରେ ସଂଗରୋଧରେ ଥିଲେ।

ସେହିପରି ସାଧାରଣରୁ ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରେ ଡୁମଡୁମା ଅଞ୍ଚଳର ଏଚବି କଲୋନିର ଜଣେ ୪୫ ବର୍ଷୀୟ ମହିଳା ଓ ଜଣେ ୧୦ ବର୍ଷର ବାଳକ। ସେମାନେ ନିକଟରେ ଗଞ୍ଜାମରୁ ପଜିଟିଭ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଅନ୍ୟଜଣେ ଘରୋଇ ହସ୍ପିଟାଲର ୩୧ ବର୍ଷୀୟ ମହିଳା କର୍ମଚାରୀ।

ଏଥିସହ ଆଜି ଚନ୍ଦ୍ରଶେଖପୁର ଏଚବି କଲୋନିର ଜଣେ ୨୮ ବର୍ଷୀୟ ଯୁବକ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୧୬୫ଟି କରୋନା ପଜିଟିଭ କେସ ସାମ୍ନାକୁ ଆସିଥିବା ବେଳେ ୮୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୭୮ ଜଣ ଚିକିତ୍ସାଧୀନ ଥିବାବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି।