ବଲାଙ୍ଗିରରୁ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୨୭୦କୁ ବୃଦ୍ଧି

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଆଜି ୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସଇଁନ୍ତଲା ବ୍ଲକର ହୋଇଥିବାବେଳେ ଅନ୍ୟଜଣେ ପାଟଣାଗଡ଼ ବ୍ଲକର ବୋଲି ଜଣାପଡ଼ିଛି। ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଟା ଗାଁରୁ ଚିହ୍ନଟ ହୋଇଥିବା ୨୮ ବର୍ଷୀୟ ଯୁବକ ବାଙ୍ଗାଲୁରୁରୁ ଫେରି ଗତ ୧୧ ତାରିଖରୁ ହୋମ କ୍ୱାରେଣ୍ଟାଇନରେ ଥିଲେ। ସେହିପରି ପାଟଣାଗଡ଼ ବ୍ଲକ ସୁନାମୁଦି ଗାଁରୁ ଚିହ୍ନଟ ହୋଇଥିବା ୧୯ ବର୍ଷୀୟ ଯୁବକ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୨ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୧୫ଜଣ ସୁସ୍ଥ ହୋଇଛନ୍ତି ଓ ୫୫ଜଣ ଚିକିତ୍ସିତ ହେଉଛନ୍ତି।