ସଇଁନ୍ତଳା,ବରଗାଁ,ଏନ୍ଏନ୍ଏସ୍:ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଜାତୀୟ ରାଜପଥ ୨୬ନଂ ଭନ୍ଦ୍ରା ଛକରେ ଭାରସାମ୍ୟ ହରାଇ ୨ଜଣ ଯୁବକ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ବଲାଙ୍ଗିର ପଟରୁ ଅନୁଗୁଳ ମିଶ୍ର ଓ ଦୀପକ ମିଶ୍ର ଟିଟିଲାଗଡ଼ସ୍ଥିତ ନିଜ ଘରକୁ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ପଡ଼ି ଯାଇଥିଲେ। ଏଥିରେ ଜଣଙ୍କର ଗୋଡ଼ ଭାଙ୍ଗି ଯାଇଥିବାବେଳେ ଆଉ ଜଣଙ୍କର ଚେତା ଫେରିନଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ସମାଜସେବୀ ଅନୀଲ ରଣା, ସୀମାଞ୍ଚଲ, ଗୋପି ଯାନୀ ଉଦ୍ଧାର କରି ପ୍ରଥମେ ସଇଁନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଅବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ ଭୀମ ଭୋଇ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିବା ଜଣାପଡ଼ିଛି।