କଳାହାଣ୍ଡି,ଏନ୍ଏନ୍ଏସ୍: ଆଜି କଳାହାଣ୍ଡି ଜିଲ୍ଲାରେ ପୁଣି ୩ କରୋନା ପୋଜିଟିଭ ବାହାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି। ତେବେ ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ଡାକ୍ତର । ଉଭୟେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ।
ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିଲା ପରେ ତାଙ୍କୁ ୭ ଦିନିଆ ସଂଗରୋଧରେ ରଖାଯାଇଥିବାବେଳେ ସିଏଚସିକୁ ସାନିଟାଇଜ କରାଯାଇଛି । ଏଥି ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ସଂଗ୍ରହ କରାଯାଉଥିବା ଜଣାପଡିଛି। ନର୍ଲା ସିଏଚସିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି। ଡାକ୍ତରଙ୍କୁ କରୋନା ପଜିଟିଭ ବାହାରିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇଯାଇଥିବା ଦେଖିବାକୁ ମିଳିଛି।