ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କାଶ୍ମୀୟୟ କୁଲଗାମ୍ ଏବଂ ଅନନ୍ତନାଗରେ ଶନିବାର ଦିନ ଦୁଇଟି ପୃଥକ୍ ଏନ୍କାଉଣ୍ଟର୍ ଘଟଣାରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ସୂଚନା ଅନୁସାରେ କୁଲଗାମ୍ ଜିଲ୍ଲାର ନିପୋରା ଅଞ୍ଚଳରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୧୯ ଆର୍ ଆର୍ ଏବଂ ସିଆର୍ପିଏଫ୍ ଗତକାଲି ରାତ୍ରିରୁ ଆତଙ୍କୀଙ୍କ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ସଠାରେ ଆତଙ୍କୀ ଥିବା ଜଣାପଡିବା ପରେ ଉଭୟ ଆତଙ୍କୀ ଓ ସେନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ପରିପ୍ରେକ୍ଷୀରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଅନ୍ୟପଟେ ଶନିବାର ପ୍ରତ୍ୟୁଷରେ ଅନନ୍ତନାଗ ଜିଲ୍ଲାର ଲାଲ୍ଲାନ୍ ଅଞ୍ଚଳରେ ଅନ୍ୟ ଦୁଇଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଗୁଇନ୍ଦାସୂତ୍ରରୁ ସୂଚନା ପାଇବା ପରେ ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳ ଛାନଭିନ କରିବାବେଳେ ଏନ୍କାଉଣ୍ଟର୍ ହୋଇଥିଲା।