ଆଇରନ ବୋଝେଇ ଟ୍ରକ ଧକ୍କାରେ ୨ ମୃତ

ଯାଜପୁର,ଏନ୍ଏନ୍ଏସ୍: ଆଇରନ ବୋଝେଇ ଟ୍ରକ ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଏକ ପରିବା ବୋଝେଇ ପିକଅପ୍ ଭ୍ୟାନକୁ ଟ୍ରକଟି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାଟି ଯାଜପୁର ଟାଉନ ଥାନା ନେକଡାଘର ନିକଟରେ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ୨ଟି ପିକଅପ୍ ଭ୍ୟାନ ପରିବା ନେଇ ରାଞ୍ଚି ଅଭିମୁଖେ ଯାଉଥିଲା। ଗାଡି ଖରାପ ହେବାରୁ ରାସ୍ତାରେ ଛିଡା ହୋଇ ସଜାଡୁଥିଲେ। ଏହି ସମୟରେ ଏକ ଟ୍ରକ୍ ପଛପଟୁ ଆସି ଧକ୍କା ଦେଇଥିଲା। ମୃତକଙ୍କ ପରିଚୟ ମିଳିନାହିଁ। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।