ପୋଲ ତଳକୁ ଖସିଲା ଅଟୋ : ୨ ମୃତ, ୧୦ ଗୁରୁତର

ବରଗଡ଼,ଏନ୍ଏନ୍ଏସ୍: ବିଜେପୁରରୁ ବରଯାତ୍ରୀ ସାରି ଫେରଲାବେଳେ ସରଣ୍ଡାପାଲି ନିକଟରେ ପୋଲ ତଳକୁ ଏକ ଅଟୋ ଖସି ପଡିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ମୃତକ ଦୁଇଜଣ ରୋହଣିଆଁ ଗ୍ରାମର ଯଦୁମଣି ମିରଗି ଏବଂ ପତ୍ରାପାଲି ଗ୍ରାମର ଘନଶ୍ୟାମ ମେହେର ବୋଲି ସୂଚନା ମିଳିଛି । ସେହିପରି ଗୁରୁତରମାନଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବରଗଡ଼ ସଦର ବ୍ଲକ୍ ରୋହଣିଆଁ ଗ୍ରାମରୁ ଏକ ବରଯାତ୍ରୀ ଦଳ ବିଜେପୁର ଯାଇ ଫେରିବାବେଳେ ସରଣ୍ଡାପାଲି ନିକଟରେ ଭାରସାମ୍ୟ ହରାଇ ଅଟୋଟି ପୋଲ ତଳକୁ ଖସିପଡିଥିଲା । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଖବରପାଇ ପୁଲିସ ଏବଂ ଅଗ୍ନିଶମ ବିଭାଗ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।