ନାବଳିକାକୁ ଦୁଷ୍କର୍ମକରି ୫ଟି କନ୍ୟା ସନ୍ତାନର ବାପା ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ୫ ଟି ଝିଅର ବାପା ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଛୋଟରାୟ ମୁଣ୍ଡା (୨୭)। ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ନାବାଳିକା ନିଜ ପୋଡ଼ଶୀ ଘରକୁ ଯାଉଥିବା ସମୟରେ ଅଭିଯୁକ୍ତ ଛୋଟରାୟ ନାବାଳିକାର ମୁହଁ ବନ୍ଦକରି ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ଏ ସମ୍ପର୍କରେ ନାବଳିକା ନିଜ ମାଆକୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା। ଘଟଣା ଜଣାପଡିବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଅଭିଯୁକ୍ତକୁ ଘରୁ ଆଣି ଗାଁରେ ଥିବା ଏକ କ୍ଲବ ଘରେ ବନ୍ଦ କରିରଖିଥିଲେ। ଖବରପାଇ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ଆଣିବା ପରେ ଏକ ମାମଲା ରୁଜୁ କରିଛନ୍ତି।