ଟ୍ରକ୍ ଓ ବାଇକ ମୁହାଁମୁହିଁ ଧକ୍କା , ୨ମୃତ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି-କେସିଙ୍ଗା ସହର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍ ଓ ବାଇକ୍ ମଧ୍ୟରେ ଧକ୍କା ହେବାଫଳରେ ଘଟଣାସ୍ଥଳରେ ବାପା ଓ ମାମୁଁଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର। ମୃତକମାନେ ହେଲେ ନିକଟସ୍ଥ ଲଇତରା ଗାଁର ଡେଙ୍ଗା ଭୁଏ ଓ ତାଙ୍କ ଶଳା । ସେହିପରି ଗୁରୁତର ଜଣକ ହେଲେ ଡେଙ୍ଗାଙ୍କ ପୁଅ ରାମ ଭୁଏ। ରାମକୁ ପ୍ରଥମେ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଥିଲା ।