ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କରୋନା ଚିହ୍ନଟ ପରେ ୟୁଜି ପିଜି ପରୀକ୍ଷା ସ୍ଥଗିତ

କଟକ,ଏନ୍ଏନ୍ଏସ୍: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆଜି ହେବାକୁ ଥିବା ୟୁଜି ପିଜି ପରୀକ୍ଷା ସ୍ଥଗିତ ରଖାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତକାଲି ବିଶ୍ୱବିଦ୍ୟାଳୟରେ ରହୁଥିବା ଅନ୍ତେବାସୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।