ଅଲିଗଢ଼ରେ ୨ ବସ୍ ମୁହାଁମୁହିଁ: ୫ ମୃତ, ୨୫ରୁ ଉର୍ଦ୍ଧ୍ୱ ଗୁରୁତର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଅଲୀଗଢ଼଼ ଜିଲ୍ଲାରେ ଆଜି ୨ଟି ବସ୍ ମୁହାଁମୁହିଁ ହୋଇଛି। ଫଳରେ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅଲୀଗଢ଼ ଜିଲ୍ଲାଧିକାରୀ ଚନ୍ଦ୍ର ଭୂଷଣ ସିଂ କହିଛନ୍ତି ଯେ, ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଲଖନଔସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି।

ସୂଚନାଯୋଗ୍ୟ, ଲୋଢ଼ା ପୁଲିସ ଥାନା କ୍ଷେତ୍ରର କରସୁଆଁ ଗ୍ରାମ ନିକଟରେ ଅପରାହ୍ନ ୨ଟାରେ ଗୋଟିଏ ବସର ଟାୟାର ହଠାତ୍ ଫାଟିଯିବାରୁ ଅନିୟନ୍ତ୍ରିତ ହୋଇ ଅନ୍ୟ ଏକ ବସରେ ପିଟି ହୋଇଥିଲା। ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ଜବାହାରଲାଲ ନେହେରୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ସଭିଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି।