ମାଲକାନଗିରିରୁ ପୁଣି ୨ ବିଏସଏଫ ଯବାନ କରୋନାରେ ଆକ୍ରାନ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୨ଜଣ ବିଏସଏଫ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ୨ ଜଣ ଯବାନଙ୍କୁ ମାଲକାନଗିରିସ୍ଥିତ ମାଲ୍ୟବନ୍ତ ଛାତ୍ରାବାସରେ ରଖାଯାଇଥିଲା। ସେମାନେ ପଶ୍ଚିମବଙ୍ଗ ଓ ନୂଆଦିଲ୍ଲୀ ଫେରନ୍ତା ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ୪ଜଣ ବିଏସଏଫ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୨ଜଣ ହୋଇଛନ୍ତି। ତେବେ ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ରେ ପହଂଚିଛି। ଅନ୍ୟପଟେ ୫୧ ଜଣ ସୁସ୍ଥ ହୋଇ ଘରକୁ ଫେରଛନ୍ତି ଓ ୯ଜଣ ଚିକିତ୍ସାଧୀନ ଅଛନ୍ତି।