ସମ୍ବଲପୁର, ଏନ୍ଏନ୍ଏସ୍ : ସାନ ଭାଇକୁ ହାଣି ବଡ଼ ଭାଇର ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି, ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଂଚଳର ଝରିଘାଟି ଗାଁ’ରେ। ମୃତ ସାନ ଭାଇ ନରେଶ ଓ ବଡ଼ ଭାଇ ନିର୍ମଳ।
ସୂଚନା ଅନୁଯାୟୀ, ପାରିବାରିକ ଗଣ୍ଡଗୋଳ ଘରେ ସବୁବେଳେ ଭାଇ ଭାଇ ଭିତରେ ଲାଗୁଥିଲା। ହେଲେ ଏ କଳି ଏତେ ବଢ଼ିଥିଲା ଯେ, ଆଜି ବଡ଼ ଭାଇ ନିର୍ମଳର ଟାଙ୍ଗିଆ ଚୋଟରେ ସାନ ଭାଇ ନରେଶ ଗୁରୁତର ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକେ ଡାକ୍ତରଖାନା ନେବା ବାଟରେ ନରେଶର ମୃତ୍ୟୁ ହୋଇଯାଇଥିଲା। ଏହା ଶୁଣି ବଡ଼ ଭାଇ ନିର୍ମଳ ଆତ୍ମହତ୍ୟା କରିଛି ବୋଲି ସୂଚନା ମିଳିଛି। ବର୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୁଲିସ ପହଂଚି ନଥିବା ସୂଚନା ମିଳିଛି।