ସିକାଛିଡ଼ାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ମାମୁଁ-ଭଣଜା ମୃତ, ୨ ଗୁରୁତର

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ା ସିଂହା-ସିନଖମନ ରାସ୍ତାର ସିକାଛିଡ଼ା ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ହୋଇ ଭୀମଭୋଇ ମେଡ଼ିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଶନିବାର ସନ୍ଧ୍ୟାରେ ଶିକାଛିଡା ବୁଲାଣି ନିକଟରେ କୁଡ଼ାସିଂହା ପଟରୁ ଆସୁଥିବା ବାଇକ ଓ ସିନଖମନ ପଟରୁ ଯାଉଥିବା ବାଇକ ମଧ୍ୟରେ ଜୋରରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକମାନେ ପୁଇଁତଲାଥାନା ଜାମସର ଗାଁ’ ରଜତ କାଣ୍ଡ ଏବଂ ବଙ୍ଗୋମୁଣ୍ଡାର ବିଦ୍ୟାଧର ମାଝୀ ବୋଲି ଜଣାପଡିଛି। ଦେଓଗାଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।