ଜଙ୍ଗଲ ଭିତରେ ଚାଲିଥିଲା ଜୁଆ ଖେଳକୁ କୁକୁଡା ଲଢ଼େଇ, ୨ ଗିରଫ

ପାଟଣା,ଏନ୍ଏନ୍ଏସ୍: ପାଟଣା ଥାନା ଆହାରପଡାରେ ଏକ ଜଙ୍ଗଲ ଭିତରେ ରବିବାର ବେଆଇନ କୁକୁଡ଼ା ଲଢେ଼ଇ ସହିତ ଜୁଆ ଖେଳ ଚାଲିଥିବାର କୌଣସି ସୂତ୍ରରୁ ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ଖବର ପାଇ ଅନ୍ୟ କର୍ମଚାରୀଙ୍କ ସହିତ ଚଢ଼ଉ କରିଥିଲେ। ଚଢ଼ାଉ ସମୟରେ ସେଠାରେ ଚାଲିଥିବା କୁକୁଡ଼ା ଲଢେ଼ଇ ଓ ଜୁଆ ଖେଳାଳିମାନେ ପୋଲିସକୁ ଦେଖି ପଳେଇ ଯିବାର ସକ୍ଷମ ହୋଇଥିବାବେଳେ ଦୁଇ ଜଣଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ନଗଦ ୩୬୦୦ ଟଙ୍କା ଜବତ କରିଛି।

ଗିରଫ ଦୁଇ ଜଣ ହେଉଛନ୍ତି ସାହାରପଡା ଗ୍ରାମର ତ୍ରିଲୋଚନ ମହାନ୍ତ ଅନ୍ୟ ଜଣେ ଦୁବେଇପେଣ୍ଠ ଗ୍ରାମର କେଶବ ନାଏକ। ଏନେଇ ତେବେ କୁକୁଡ଼ା ଖେଳ କରାଉଥିବା ବ୍ୟକ୍ତି ନାରାୟଣ ମହାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏନେଇ ପାଟଣା ଥାନାରେ ୨୦୦/୧୯ ରେ ମାମଲା ରୁଜୁ ହୋଇଛି।