କୋରାଇ,ଏନ୍ଏନ୍ଏସ୍ : ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ଜଣେ କଲେଜ ଛାତ୍ରୀଙ୍କୁ ଅଶøୀଳ ଇଙ୍ଗିତ କରିବାରୁ ଦୁଇ ଜଣ ରୋଡ ରୋମୀଓଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଜୁଂର ହେବାରୁ ସେମାନଙ୍କୁ ରଗଡି ଜେଲ ଯିବାକୁ ପଡିଛି ।
ସୂଚନା ଅନୁଯାୟୀ, କୋରାଇ ଥାନା ଅନ୍ତର୍ଗତ କରୁଣାକର ନାଥଙ୍କ ଝିଅ ନମିତା କଲେଜ ପଢା ସାରି ଘରକୁ ସାଇକେଲ ଯୋଗେ ଫେରିବା ବାଟରେ ଫାଜଲପୁର ଗ୍ରାମ ନିକଟରେ ସୁମନ ରଣା ଓ ଅବିନାଶ ସାହୁ ନାମକ ଦୁଇ ଜଣ ଯୁବକ ତାକଙ୍କୁ ଅଶ୍ଲୀଳ ଇଂଙ୍ଗିତ କରିବା ସହ ନାନଦି କମେଂଟ କରିଥିଲେ । କଲେଜ ଛାତ୍ରୀ ନମିତା ଏହାର ପ୍ରତିବାଦ କରିବାରୁ ଘଟଣାସ୍ଥଳେ ଲୋକମାନଙ୍କ ଭିଡ ଜମିଥିଲା । ଖବରପାଇ କୋରାଇ ପୁଲିସ ଘଟଣାସ୍ଥଳେ ପହଂଚି ଯୁବକ ଦ୍ୱୟକୁ ଥାନାକୁ ଧରି ଆଣିଥିଲା । ନାବାଳିକାର ଅଭିଯୋଗରେ ଏକ ମାମାଲା ରୁଜୁ କରାଯାଇ ଉଭୟ ସୁମନ ଓ ଅବିନାଶକୁ କୋର୍ଟ ଚାଲାଣ କରିଥିଲା ।