ଯୌତୁକ ପାଇଁ ମହିଳାକୁ ନିଆଁ ଲଗାଇବା ଅଭିଯୋଗରେ ସ୍ୱାମୀ, ଶାଶୂ କୋର୍ଟ ଚାଲାଣ

କୋରାଇ, ଏନ୍ଏନ୍ଏସ୍ : ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ଗୌରପୁର ପଂଚାୟତର ଜଳନ୍ଦା ଗ୍ରାମରେ ଅଧିକ ଯୌତୁକ ପାଇଁ ମହିଳାଙ୍କୁ ନିର୍ୟ୍ୟାତନା ଦେବା ସହ ଜୀବନରୁ ମାରଦେବାକୁ ନିଆଁ ଲଗାଇ ଦେବା ଭଳି ସଙ୍ଗୀନ ଅଭିଯୋଗରେ ପୁଲିସ ତାର ସ୍ୱାମୀ ଓ ଶାଶୂକୁ ଗିରଫ କରି ମାମଲା କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣ ବାଡ଼ ଗ୍ରାମର ବିଳାସ ଦାସଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ଲିପ୍ସିତାକୁ ଜଳନ୍ଦା ଗ୍ରାମର ସତୃଘନ ସାହୁଙ୍କ ପୁଅ ସୁରେଶ ସାହୁଙ୍କୁ ବିବାହ ଦେଇଥିଲେ । ଗତ ୨୩ ତାରିଖ ଲିପ୍ସିତାକୁ ତାର ଶାଶୂ ଗର ଲୋକେ ଅଧିକ ଯୌତୁକ ପାଇଁ ନିଆଁ ଲଗାଇଦେଇଥିଲେ । ଫଳରେ ତାକୁ ଯାଜପୁର ମୁଖ୍ୟ ଚିକିଓôାଳୟରେ ଭର୍ତି କରିବା ସହ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ସ୍ୱାମୀ ସୁରେଶ(୪୦) ଓ ଶାଶୂ ଚଂଚଳା(୬୦)କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ।