ଓଡ଼ିଶାକୁ ୨୫ ‘ହୋମ୍ ମିନିଷ୍ଟର ସ୍ପେଶାଲ ଅପରେସନ୍ ମେଡାଲ’

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଓଡ଼ିଶାର ୨୫ଜଣ ପୁଲିସ ଅଫିସରଙ୍କୁ ‘ହୋମ୍ ମିନିଷ୍ଟର ସ୍ପେଶାଲ ଅପରେସନ୍ ମେଡାଲ’ ମିଳିବ। ସମ୍ବଲପୁର ଏସପି କନୱର ବିଶାଲ ସିଂଙ୍କ ସମେତ ରାଜ୍ୟର ୨୫ ପୁଲିସ ଅଫିସରଙ୍କୁ ଏହି ମେଡାଲ ପ୍ରଦାନ କରାଯିବ। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଏସପି କନୱର ବିଶାଲ ସିଂଙ୍କ ସମେତ ଅତିରିକ୍ତ ଏସପି ନିରଞ୍ଜନ ସାହୁ, ସବ୍-ଇନ୍ସିପେକ୍ଟର ମନୋଜ ପ୍ରଧାନ, ଗୁରୁଦେବ କର୍ମି, ଉମେଶ ସାହୁ ଏବଂ ହେମନ୍ତ ନିଆଳ ଏହି ମେଡାଲ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ଏହାସହ ୧୯ ଜଣ ପର୍ସନାଲ ସର୍ଜାଣ୍ଟ, ହାବିଲଦାର, କନଷ୍ଟେବଳଙ୍କୁ ଏହି ମେଡାଲ ପ୍ରଦାନ କରାଯିବ। ଏମାନେ ଗତ ମେ’ ମାସରେ କୋରାପୁଟ ଜିଲ୍ଲାର ପଦୁଆ ଜଙ୍ଗଲରେ ୫ଜଣ ମାଓବାଦୀଙ୍କୁ ନିହତ କରିଥିଲେ।

ରାଜ୍ୟର ପୁଲିସ ଅଫିସର, କେନ୍ଦ୍ରୀୟ ପୁଲିସ ସଂସ୍ଥା, ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ ଏବଂ ସିକ୍ୟୁରିଟି ସଂସ୍ଥାର ଯେଉଁ କର୍ମଚାରୀମାନେ କୌଣସି ଏକ ସ୍ପେଶାଲ ଅପରେସନରେ ସାମିଲ ହୋଇ ବିରତାର କାମ କରିଥିବେ। ସେମାନଙ୍କୁ ଏହି ମେଡାଲ ପ୍ରଦାନ କରିବା ନେଇ ଯୋଗ୍ୟ ବିବେଚିତ ଘୋଷଣା କରାଯାଇଥାଏ।