ଚୋରା ଲୁହାପଥର ବୋଝେଇ ଟ୍ରକ୍ ଜବତ, ୨ ଗିରଫ

ବାରିପଦା,ଏନ୍ଏନ୍ଏସ୍: ମଙ୍ଗଳବାର ମଧ୍ୟରାତ୍ରରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଏବଂ ତାଙ୍କ ଟିମ୍ ପାଟ୍ରୋଲିଂ କରୁଥିବାବେଳେ କାରଗିଲ ଓ କାଦୁଆଣୀ ଛକରେ ଦୁଇଟି ଚୋରା ଲୁହାପଥର ବୋଝେଇ ଟ୍ରକ୍ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଏନେଇ ସେମାନଙ୍କ ନାମରେ ଥାନାରେ ଅଲଗା ଅଲଗା ମାମଲା ରୁଜୁ କରି କରାଯାଇଛି। ସେମାନଙ୍କ ଘର ଉତ୍ତରପ୍ରଦେଶ ମୁଜାଫରନଗରର ଜିଲ୍ଲାର କାକୁରୁଳି ଥାନା ଅନ୍ତର୍ଗତ ଖଇକେଡା ଗ୍ରାମର ହୁସେନ ଅହମ୍ମଦଙ୍କ ପୁଅ ମୁଦାସିର(୨୬) ଏବଂ ନଇମଣ୍ଡି ଥାନା ଅନ୍ତର୍ଗତ ମାଖିଆଳି ଗ୍ରାମର ମହମ୍ମଦ ଜବାନଙ୍କ ପୁଅ ମହମ୍ମଦ ମୁସଲିମ(୨୩) ବୋଲି ଜଣାପଡ଼ିଛି।