ଲକ୍ଷାଧିକ ଟଙ୍କାର କାଠ ଜବତ: ୨ଗିରଫ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ବନାଞ୍ଚଳ ଏମଭି-୧୨ ଗ୍ରାମ ନିକଟରେ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଆଜି ଏକ ବୋଲେରୋ ପିକ ଅପ୍ ଭ୍ୟାନରେ ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ବଜତ କରାଯାଇଛି। ଏହି କାଠ ଏମଭି-୨୪ ଗ୍ରାମରୁ ମାଲକାନଗିରିକୁ ଅଣାଯାଉଥିବା ବେଳେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଏକ ଦଳ ଚଢ଼ଉ କରିଥିଲା। ସାଗୁଆନ କାଠରେ ନିର୍ମିତ ଖଟ, ପଟା, ପିକ୍ ଅପ୍ ଭ୍ୟାନ୍ ଓ ଏକ ବାଇକ୍ ଜବତ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ମାନେ ହେଲେ ଏମ୍ ଭି-୭ ଗ୍ରାମର କ୍ରିଷ୍ଣା ସମାଦାର ଓ ଏମଭି-୪୧ ଗ୍ରାମର ବିପୁଲ ଚକ୍ରବର୍ତ୍ତୀ। ଜବତ ସାମଗ୍ରୀର ମୂଲ୍ୟ ୧ ଲକ୍ଷ ୨୦୦ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।