ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଆଦର୍ଶ ଟାଉନ୍‌ ପୁଲିସ ହତ୍ୟା ମାମଲାରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ସ୍ଥାନୀୟ ବେହେରାପାଲିରେ କ୍ଲବ୍‌ ପାଖରେ ଗତକାଲି ୪ଜଣ ମଦ ପିଉଥିଲେ ଏବଂ ମଦ ନିଶାରେ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ଯୁକ୍ତିତର୍କରୁ କଥା ବଢ଼ି ହତ୍ୟାକାଣ୍ଡରେ ପହଂଚିଥିଲା । କ୍ରୋଧାନ୍ୱିତ ହୋଇ ମନଜିତ କୁମ୍ଭାର ଏବଂ ରାଜେନ୍ଦ୍ର ବିଭାର ନାମକ ୨ ଯୁବକ କେଶବ କୁମ୍ଭାର(୩୫)ଙ୍କ ପେଟରେ ଭଙ୍ଗା ମଦ ବୋତଲ ଭୁଷିବା ସହ ତାଙ୍କ ଭାଇଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ କେଶବଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ କେଶବଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବଲାଙ୍ଗିର ଟାଉନ୍‌ ପୁଲିସ ଏକ ମାମଲା ରୁଜ୍ଜୁ କରି ଧାରା ୩୦୨/୩୦୭/୩୪ ଆଇପିସି ବଳରେ ତଦନ୍ତ ଆରମ୍ଭ କରିଥିଲା । ତେବେ ପୁଲିସ ପକ୍ଷରୁ ଆଜି ୨ଜଣ ଅଭିଯୁକ୍ତଙ୍କୁ ଗିରଫ‌ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛିି ।