ଆପ୍ ବ୍ୟାନ ହେବାପରେ ଚୀନର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତ ସରକାର ଚୀନର ୫୯ଟି ମୋବାଇଲ ଆପ୍ ବ୍ୟାନ କରିବା ପରେ ଚୀନ ତରଫରୁ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଜହାଓ ଲିଜୀୟାନ କହିଛନ୍ତି କି, ଭାରତର ଏଭଳି ପଦକ୍ଷେପ ଦ୍ୱାରା ଚୀନ ଚିନ୍ତିତ ଅଛି ଏବଂ ସ୍ଥିତିକୁ ଅନୁଧ୍ୟାନ କରୁଛି। ବିଦେଶରେ କାମ କରୁଥିବା ସମସ୍ତ ଚୀନ କମ୍ପାନୀକୁ ଅନ୍ତରାଷ୍ଟ୍ରୀୟ ଓ ସ୍ଥାନୀୟ ନିୟମ ପାଳନ କରିବାକୁ ଚୀନ ସରକାର କହିଥିବା ଲିଜୀୟାନ ପ୍ରକାଶ କରିଛନ୍ତି।

ଚନାଯୋଗ୍ୟ, ଜନସାଧାରଣଙ୍କ ତଥ୍ୟ ଚୋରି ହେଉଥିବାକୁ ଦୃଷ୍ଟିରେ ରଖି ଭାରତ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଭାରତରେ ଗୁଗୁଲ ଓ ଆପଲ ତାଙ୍କ ପ୍ଲେଷ୍ଟୋରରୁ ଆପ୍ ହଟାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।