ନିଜ ରାଜ୍ୟର ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଟିମ୍ ପଠାଇଲେ ମମତା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ରେସ୍କ୍ୟୁ ଅଭିଯାନ ଜାରୀ ରହିଛି। ଏହିକ୍ରମେ ନିଜ ରାଜ୍ୟର ଶ୍ରମିକଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଟିମ୍ ଉତ୍ତରକାଶୀ ପଠାଇଛନ୍ତି । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି । ଟିମରେ ସାମିଲ ଥିବା ଅଧିକାରୀଙ୍କ ମୋବାଇଲ ନମ୍ବର ମଧ୍ୟ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହାସହ ଗାଡ଼ି ଓ ଡ୍ରାଇଭର ନମ୍ବର ମଧ୍ୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ୩ ଜଣ ଶ୍ରମିକ ଟନେଲରେ ଫସିଛନ୍ତି । ସେମାନେ ହେଲେ କୁଚ ବିହାରର ମନୀର ତାଲୁକଦାର, ହରିନାଖାଲୀର ସେବିକ ପାଖେରା ଓ ନିମଡାଙ୍ଗୀ ନିବାସୀ ଜୟଦେବ ପ୍ରମାଣିକ ।