୧୯୯୮ ମାଟ୍ରିକ ବ୍ୟାଚ ତରଫରୁ ୫୦ ହଜାର ଟଙ୍କାର ସହାୟତା

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ୧୯୯୮ ମସିହାରେ ମାଟ୍ରିକ ପାସ୍ କରିଥିବା ଛାତ୍ରଛାତ୍ରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ବ୍ୟାଚର ଛାତ୍ରଛାତ୍ରୀମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କର୍ମ ସଂସ୍ଥାନରେ ରହିଛନ୍ତି। ସେମାନେ ନିଜ ଭିତରେ ଯୋଗସୂତ୍ର ରକ୍ଷା କରି ଏହି ଅର୍ଥରାଶି ସଂଗ୍ରହ କରିଥିଲେ। ରାଜ୍ୟ ସରକାରଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ଏମାନେ ବିଭିନ୍ନ ଅଞ୍ଚଳ ବୁଲିବୁଲି ଅସହାୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ଏଥି ସହିତ ଆଗାମୀ ଦିନରେ ଏପରିି ସହାୟତା ଜାରି ରହିବ ବୋଲି ଏହି ବ୍ୟାଚ ତରଫରୁ କୁହାଯାଇଛି।