ମଦ ପରେ ଦିଲ୍ଲୀରେ ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଲକଡାଉନ ଦିଲ୍ଲୀବାସୀଙ୍କୁ ଡବଲ ଝଟକା ଦେଇଛି। ଦିଲ୍ଲୀ ସରକାର ମଦରେ ୭୦ ପ୍ରତିଶତ ଟ୍ୟାକ୍ସ ବଢ଼ାଇବା ପରେ ଏବେ ପେଟ୍ରୋଲ, ଡିଜେଲ ଦର ମଧ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲ ଲିଟର ପିଛା ୧.୬୭ ଓ ଡିଜେଲ ୭.୧୦ଟଙ୍କା ବଢ଼ିଛି। ତେବେ ତେଲ କମ୍ପାନୀରୁ ମିଳିଥିବା ରିପୋର୍ଟ ମୁତାବକ, ଦିଲ୍ଲୀରେ ୧ ଲିଟର ପେଟ୍ରୋଲ ୭୧.୨୬ ଟଙ୍କା ଓ ଡିଜେଲ ୬୯.୩୯ ଟଙ୍କାରେ ପହଁଚିଛି।