କୋରାପୁଟ,ଏନ୍ଏନ୍ଏସ୍: ମାଛକୁଣ୍ଡ ଥାନା ଅନ୍ତର୍ଗତ ଜବାଗଡ ପାହାଡରେ ଗଞ୍ଜେଇ ମହଜୁଦ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ଆଧାରରେ କୋରାପୁଟ ଅବକାରୀ ବିଭାଗ ପାହାଡରେ ଚଢ଼ଉ କରିଥିଲା। ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ, ଡିଏଫଏସ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ ଗଠିତ ଟିମ୍ ଚଢ଼ଉ କରିଥିଲା। ସେଠାରୁ ଜରି ଅଖାରେ ରଖାଯାଇଥିବା ଗଞ୍ଜେଇ ଜବତ କରିଥିଲେ।
ଜବତ ଗଞ୍ଜେଇକୁ କୋରାପୁଟ ଆଣି ସହକାରୀ ଜିଲ୍ଲାପାଳ ତପନ କୁମାର ନାୟକଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଜବତ ଗଞ୍ଜେଇର ଓଜନ ୧୮୫ କିଲୋ ବୋଲି ଜଣାପଡ଼ିଛି। ଅବକାରୀ ଏଏସଆଇ ଅରୋପଳକ ଦାସ, ପ୍ରତିମା ବେହେରା ଓ ସଞ୍ଜୟ ପ୍ରଧାନ, କନଷ୍ଟେବଳ ତ୍ରିଲୋଚନ ରାୟଚେଟ୍ଟି, ପ୍ରଶାନ୍ତ ନାୟକ, ସବିତା ପୂଜାରୀ, ଆର. ଭେଙ୍କେଟ କୁମାର, ରାମ ଗୌଡ ଓ ନନ୍ଦପୁର ଏସଡିପିଓ କାର୍ଯ୍ୟାଳୟର କର୍ମଚାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ।