ଫିଫା ଅନ୍ତର୍ଜାତୀୟ ରେଫରି ତାଲିକାରେ ୧୮ ଭାରତୀୟ

ନୂଆଦିଲ୍ଲୀ,ଏଜେନ୍ସି: ଆଗାମୀ ୨୦୨୨ ବର୍ଷ ପାଇଁ ୧୮ ଜଣ ଭାରତୀୟ ଫିଫା ଅନ୍ତର୍ଜାତୀୟ ରେଫରିଂ ତାଲିକା ନିମନ୍ତେ ମନୋନୀତ ହୋଇଛନ୍ତି। ଗୁରୁବାର ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ଏହି ଘୋଷଣା କରିଛି। ରେଫରି ଓ ଆସିଷ୍ଟାଣ୍ଟ୍ ରେଫରି ପାଇଁ ଯେଉଁ ଅଫିସିଆଲ୍‌ମାନେ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କୁ ଏହି ବ୍ୟାପକ ତାଲିକାରେ ସାମିଲ କରାଯାଇଛି ବୋଲି ଏଆଇଏଫ୍‌ଏଫ୍ ୱେବ୍‌ସାଇଟ୍‌ରେ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

ତାଲିକାର ସଦସ୍ୟମାନେ ଅନ୍ତର୍ଜାତୀୟ ସ୍ତରର ମ୍ୟାଚ୍‌ରେ ଅଫିସିଏଟ୍ କରିବା ପାଇଁ ଯୋଗ୍ୟ ହେବେ ଏବଂ ସାରାବର୍ଷ ନିଜ ୟୁନିଫର୍ମରେ ଫିଫା ବ୍ୟାଜ୍ ଲଗାଇବା ପାଇଁ ହକ୍‌ଦାର ହେବେ। ଏହି ବାର୍ଷିକ ତାଲିକାର ଚୟନ ଫିଫା ସଦସ୍ୟ ଦେଶଗୁଡ଼ିକରୁ ମିଳିଥିବା ସୁପାରିସ୍ ଅନୁସାରେ ହୋଇଛି ଏବଂ ଏଥିପାଇଁ ଅଫିସିଆଲ୍‌ଙ୍କୁ ଏକ ଫିଟ୍‌ନେସ୍ ଟେଷ୍ଟ ପାସ୍ କରିବାକୁ ପଡ଼ିବ। ୧୮ ଭାରତୀୟଙ୍କ ମଧ୍ୟରୁ ଚାରିଜଣ ମହିଳା ଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଜଣ ରେଫରି ଓ ଦୁଇଜଣ ଆସିଷ୍ଟାଣ୍ଟ୍ ରେଫରି। ସେହିପରି ୧୪ ପୁରୁଷଙ୍କ ମଧ୍ୟରେ ୬ଜଣ ରେଫରି ଓ ୮ଜଣ ଆସିଷ୍ଟାଣ୍ଟ୍ ରେଫରି ଅନ୍ତର୍ଭୁକ୍ତ।

ଭାରତୀୟ ଅଫିସିଆଲ୍‌ଙ୍କ ତାଲିକା
ପୁରୁଷ ରେଫରି: ତେଜସ୍ ନାଗଭେଙ୍କର, ଶ୍ରୀକ୍ରିଷ୍ଣା କୋଇମ୍ବାଟୁର୍ ରାମାସ୍ୱାମୀ, ରୋୱାନ୍ ଅରୁମୁଘାନ୍‌, କ୍ରିଷ୍ଟାଲ୍ ଜନ୍‌, ପ୍ରାଞ୍ଜଲ ବାନାର୍ଜୀ, ଭେଙ୍କଟେଶ ରାମଚନ୍ଦ୍ରନ୍।

ପୁରୁଷ ଆସିଷ୍ଟାଣ୍ଟ ରେଫରି: ସୁମନ୍ତ ଦତ୍ତ, ଆଣ୍ଟୋନି ଆବ୍ରାହମ୍‌, ଟୋନି ଜୋଶେଫ୍ ଲୁଇସ୍‌, ଭାଇରାମୁଥୁ ପରଶୁରମନ୍‌, ସମର ପାଲ୍‌, କେନେଡି ସାପାମ୍‌, ଅରୁଣ ଶଶୀଧରନ୍ ପିଲାଇ, ଅସିତ୍ କୁମାର ସର୍କାର।

ମହିଳା ରେଫରି: ରଞ୍ଜିତା ଦେବୀ ଟେକ୍‌ଚାମ୍‌, କନିକା ବର୍ମାନ୍।

ମହିଳା ଆସିଷ୍ଟାଣ୍ଟ୍ ରେଫରି: ଉଭେନା ଫର୍ଣ୍ଣାଣ୍ଡେଜ୍‌, ରିଓହଲାଙ୍ଗ ଧର୍।