ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ବାରକୋଟ ଫରେଷ୍ଟ ରେଞ୍ଜ ଚକଡିହି ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୧୮ ଛେଳି ଓ ୨ଟି ଗୋରୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୨ଛେଳି ନିଖୋଜ ଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଗତ ୨ ତାରିଖ ଦିନ ଚକଡିହି ଗ୍ରାମର କେତେକ ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ ଗାଈ ଓ ଛେଳି ଚରାଇବାକୁ ନେଇଥିଲେ। ଅପରାହ୍ଣରେ ଫେରିବାବେଳେ ହଠାତ୍ ବୁଦା ମଧ୍ୟରୁ କୌଣସି ଏକ ଅଜଣା ଜନ୍ତୁକୁ ଦେଖି ଗାଈ ଓ ଛେଳିମାନେ ଏଣେତେଣେ ଦୌଡିଥିଲେ। ଏହା ଦେଖି ଚରାଳି ମାନେ ଭୟଭୀତ ହୋଇ ଦୌଡି ପଳାଇ ଆସିଥିଲେ। ମାତ୍ର ସଂନ୍ଧ୍ୟା ପର୍ଯ୍ୟନ୍ତ କିଛି ଗାଈ ଓ ଛେଳି ଫେରି ଆସିଥିବା ବେଳେ ଆହୁରି ଅନେକ ଫେରି ନଥିଲେ।
