୧୭୪ କିଲୋ ଗଞ୍ଜେଇ ଜବତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓର୍କେଲ ଥାନାକୁ ମିଳିଛି ଏକ ବଡ ସଫଳତା। ସୋମବାର ରାତ୍ର ୧୨ଟା ସମୟରେ ପେଟ୍ରୋଲିଂ ସମୟରେ ଏମଭି- ୫୩ ଛକ ରେ ଥାନାଧିକାରୀ ଜଗଦୀଶ ବାରା ଓ ତାଙ୍କ ଟିମ ତିନୋଟି ବାଇକ ରେ କିଛି ବସ୍ତା ନେଇ ଆସୁଥିବା ଦେଖି ବାଇକ ଚାଳକ ମାନଙ୍କୁ ଅଟକାଇଥିଲେ। ଏହାପରେ ସମସ୍ତ ଙ୍କ ପାଖରୁ ୬୦ କିଲୋ ଲେଖାଏଁ ଗଂଜେଇ ଜବତ କରିଥିଲେ। ପାଖାପାଖି ୧୭୪ କିଲୋ ଗଂଜେଇ ଧରାଯାଇଛି। ପାଖାପାଖି ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।
ତିନୋଟି ବାଇକ ଚାଳକ ମଧ୍ୟରୁ ଜଣେ ଖସି ଯାଇଥିଲା ଓ ଅନ୍ୟ ଦୁଇ ଜଣ ଧରା ପଡ଼ିଥିଲେ। ସେମାନଙ୍କୁ କେଶ ନଂ ୧୬୭ ରେ ବୁକ କରାଯାଇଛି। ଏବଂ ଦୁଇ ଜଣ ଜଣ ଗଂଜେଇ ଚୋରା ଚାଲାଣକାରୀ ଙ୍କ ନାମ ସୋମନାଥ ପାଙ୍ଗି(୩୦), ଚୈତନ ଖରା (୨୦) ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି। ଓ ଦୁଇ ଜଣ ଚିମିଟାପାଲି ଗ୍ରାମର ବୋଲି ଜଣା ପଡ଼ିଛି। ସେମାନେ ଗଂଜେଇ କୁ ଚିତ୍ରକୋଣ୍ଡା ଘାଟି ରୁ ମାଥିଲି ଦେଇ ଛତିଶଗଡ଼ କୁ ଚାଲାଣ କରୁଥିବା କଥା କହିଛନ୍ତି। କେଶ ର ଓଙ କୃଷ୍ଣା କୁମାରୀ ପ୍ରଧାନ ଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।