ଯବାନ ଓ ନକ୍ସଲ ମୁହାଁମୁହିଁ, ୧୭ ଯବାନ ସହିଦ

ଛତିଶଗଡ଼,ଏନ୍ଏନ୍ଏସ୍: ଶନିବାର ରାତିରେ ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଛତିଶଗଡ଼ର ସୁକ୍‌ମାରେ ୧୭ ଯବାନ ସହିଦ ହୋଇଛନ୍ତି। ଏହାସହ ୧୪ ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା କରାଯାଉଛି। ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି। ଶନିବାର ନକ୍ସଲଙ୍କ ସହ ଯବାନ ମୁହାଁମୁହିଁ ହୋଇଥିଲେ। ଏହାପରେ ୧୭ ଜଣ ଯବାନ ନିଖୋଜ ହୋଇଥିଲେ।

ଆଜି ତାଙ୍କର ମରଶରୀର ଉଦ୍ଧାର ହୋଇଛି। ଜଙ୍ଗଲ ଭିତରୁ ସର୍ଚ୍ଚ ଟିମ୍‌ ଏହି ମରଶରୀର ଉଦ୍ଧାର କରାଯାଇଛି ବୋଲି ବସ୍ତର ରେଞ୍ଚ ଆଇଜିପି ସୂଚନା ଦେଇଛନ୍ତି। ତେବେ ସନିବାର ବହୁତ ସଂଖ୍ୟାରେ ନକ୍ସଲ ଏକାଠି ହୋଇଥିବାର ସୂଚନା ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ମିଳିତ ଅପରେସନ୍‌ ହୋଇଥିଲା। ଏଥିରେ ଡିଷ୍ଟ୍ରିକ୍‌ ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ, ସିଆରପିଏଫ୍‌ର କମାଣ୍ଡୋ ବାଟାଲିଅନ୍‌ ଫର ରିସୋଲୁ୍ୟ ଆକ୍ସନ୍‌ ଆଦି ଏଥିରେ ଭାଗ ନେଇଥିଲେ।
ଗୋଟିଏ ପଟେ ସାରା ଦେଶ ଆଜି ଜନତା କର୍ଫ୍ୟୁ ପାଳନ କରୁଥିବାବେଳେ ଏଭଳି ଦୁଃଖଦ ଖବର ଆସିଛି।